Cash Stuffing and Envelope Method for Effective Budgeting | କ୍ୟାସ୍ ଷ୍ଟଫିଂ ଏବଂ ଇନଭେଲୋପ୍ ପଦ୍ଧତି

କ୍ୟାସ୍ ଷ୍ଟଫିଂ: ନୂଆ ଯୁଗରେ ପୁରାତନ ବଜେଟିଂ ପଦ୍ଧତି ଆଜିର ଡିଜିଟାଲ୍ ଯୁଗରେ ମଧ୍ୟ ଅନେକ ଲୋକ ପୁରାତନ ବଜେଟ୍ ପଦ୍ଧତିକୁ ଫେରି ଆସୁଛନ୍ତି! ଟିକଟୋକ, ଇନଷ୍ଟାଗ୍ରାମ୍ ଭଳି ସୋସିଆଲ୍ ମିଡିଆରେ #CashStuffing ଏବଂ #EnvelopeMethod ହ୍ୟାସଟ୍ୟାଗ୍ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହି ପଦ୍ଧତି ମାଧ୍ୟମରେ ଲୋକେ ନଗଦ ଟଙ୍କାକୁ ବିଭିନ୍ନ ଖର୍ଚ୍ଚ ଶ୍ରେଣୀ (ଯେପରିକି ଖାଦ୍ୟ, ମନୋରଞ୍ଜନ, ବିଲ୍) ପାଇଁ ଇନଭେଲୋପ୍ (ଲିଫାଫା) ରେ ଭର୍ତି କରନ୍ତି ଏବଂ ନିର୍ଦ୍ଧାରିତ ସୀମା ମଧ୍ୟରେ ରହି ଖର୍ଚ୍ଚ କରନ୍ତି। ଏହାର ଲୋକପ୍ରିୟତାର କାରଣ: #୧. ଟଙ୍କାକୁ ସ୍ପର୍ଶ କରି ବୁଝିବା ଡିଜିଟାଲ୍ ପେମେଣ୍ଟ୍, କାର୍ଡ୍, ମୋବାଇଲ୍ ଆପ୍ ଯୁଗରେ ଆଖି ପିଛୁଳାକେ ଟଙ୍କା ଏକ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇ ପାରୁଛି, ଯଦ୍ୱାରା ଚେତନା ସ୍ତରରେ ଟଙ୍କା ପାଇଁ ଥିବା ସମ୍ମାନ ଏବଂ ଅନୁଭବ ପୂର୍ବ ଠାରୁ ଭିନ୍ନ ହୋଇଗଲାଣି | ଏହି ଟ୍ରାନ୍ସଫର ଦ୍ୱାରା ଅସଚେତନ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ସେହି ବ୍ୟକ୍ତି ଙ୍କ ପାଖକୁ ଯାଇଥାଏ ଯେଉଁମାନେ ଟଙ୍କା ପ୍ରତି ସମ୍ମାନ ରଖନ୍ତି ଏବଂ ଏହାକୁ ସାଇତି ରଖନ୍ତି | ବଡ ବଡ କମ୍ପାନୀ ଏସବୁ ଜିନିଷ ଜାଣନ୍ତି କିନ୍ତୁ ଉପଭୋକ୍ତା ମାନେ ଅଧିକାଂଶ କ୍ଷେତ୍ରରେ ନିଜ ର ବହୁମୂଲ୍ୟ ଟଙ୍କାକୁ ଡିଜିଟାଲ ପେମେଂଟ ଜରିଆରେ ଖୁବ ଶୀଘ୍ର ହରାଇ ଥାନ୍ତି | ତେଣୁ ଟଙ୍କା ଖର୍ଚ୍ଚ ବେଳେ କେବଳ cash ର ହିଁ ବ୍ୟବହାର କର...